ଟାଟା ଷ୍ଟିଲ୍ କଳିଙ୍ଗନଗରରେ ଆୟୋଜିତ ରକ୍ତଦାନ ଶିବିରରେ ୫୩୦ ୟୁନିଟ୍ ରକ୍ତ ସଂଗୃହିତ

  • ‘ଆମ ଓଡ଼ିଶା’ ରକ୍ତଦାନ ଅଭିଯାନ, କଟକ ରେଡକ୍ରସ୍ ରକ୍ତ ଭଣ୍ଡାର ଏବଂ ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ବ୍ଲଡ୍ ସେଣ୍ଟର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି।
  • ଚଳିତ ଆର୍ଥିକ ବର୍ଷରେ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ମୋଟ ୫ ଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ମୋଟ ୧୬୪୪ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି।

କଳିଙ୍ଗନଗର, ଫେବୃଆରୀ ୨୦, ୨୦୨୬: ସାମାଜିକ ପ୍ରତିବଦ୍ଧତା ଓ ମାନବିକ ସେବାର ଏକ ଅନନ୍ୟ ଉଦାହରଣ ସ୍ୱରୂପ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ର ଲଜିଷ୍ଟିକ୍ସ ବିଭାଗ ଅଧୀନସ୍ଥ ଗ୍ରୀନ୍ ଟ୍ରାନ୍ସପୋର୍ଟ ପାର୍କ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

‘ସମ୍ବାଦ ଆମ ଓଡ଼ିଶା’ ରକ୍ତଦାନ ଅଭିଯାନର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଟକ ରେଡକ୍ରସ୍ ରକ୍ତ ଭଣ୍ଡାର ସହାୟତା ପ୍ରଦାନ କରିଥିଲେ।

ଏହି ଶିବିରକୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗରର ଉପାଦକ୍ଷ ଉତ୍ତମ ସିଂହ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍, ସମ୍ବାଦ, ରକ୍ତ ଭଣ୍ଡାର ଏବଂ ଅନ୍ୟାନ୍ୟ ସହଯୋଗୀ ସଂଗଠନର ଅଧିକାରୀମାନେ ଉପସ୍ଥିତ ଥିଲେ ।

ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହାଫଳରେ ମୋଟ ୫୩୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ପ୍ରମୁଖ ସ୍ବାସ୍ଥ୍ୟଅନୁଷ୍ଠାନ ଗୁଡ଼ିକର ସହଭାଗିତାରେ ଆୟୋଜିତ ଏହି ଶିବିର ମାଧ୍ୟମରେ ସଂଗୃହିତ ରକ୍ତ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ। ଏହି ଅବସରରେ ୬୭ ଥର ରକ୍ତଦାନ କରିଥିବା ସୁକୁମାର ଜେନା ଏବଂ ୫୩ ଥର ରକ୍ତଦାନ କରିଥିବା ଅଜିତ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ଅନ୍ୟ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ଏବଂ ଗୋଟିଏ ଲେଖାଏଁ ଚାରା ପ୍ରଦାନ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷରେ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ୫ ଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ମୋଟ ୧୬୪୪ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି।

Leave a Reply

Your email address will not be published. Required fields are marked *