ଇଣ୍ଡିକୁ୍ୟବ୍‌ ଭୁବନେଶ୍ୱରକୁ ସମ୍ପ୍ରସାରିତ; ୧୭ଟି ସହରରେ ଉପସ୍ଥିତି ସହିତ ସର୍ବଭାରତୀୟ ସ୍ତରରେ ନିଜର ସ୍ଥିତି ସୁଦୃଢ କଲା

ଇଣ୍ଡିକୁ୍ୟବ୍‌ ଭୁବନେଶ୍ୱରକୁ ସମ୍ପ୍ରସାରିତ; ୧୭ଟି ସହରରେ ଉପସ୍ଥିତି ସହିତ ସର୍ବଭାରତୀୟ ସ୍ତରରେ ନିଜର ସ୍ଥିତି ସୁଦୃଢ କଲା
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତି ସମର୍ଥିତ କାର୍ଯ୍ୟସ୍ଥଳ ସମାଧାନକାରୀ ପ୍ଲାଟଫର୍ମ ଇଣ୍ଡିକୁ୍ୟବ୍‌ ଭୁବନେଶ୍ୱରକୁ ଏହାର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି, ଏହାଦ୍ୱାରା ସମଗ୍ର ଭାରତରେ ଏହାର ବ୍ୟବସାୟ ପରିଚାଳନା ୧୭ତମ ସହରରେ ପହଞ୍ଚିଛି । ଏହି ଶୁଭାରମ୍ଭ କୋଲକାତା ପରେ ଭୁବନେଶ୍ୱରକୁ ପୂର୍ବ ଭାରତରେ ଇଣ୍ଡିକୁ୍ୟବ୍‌ର ଦ୍ୱିତୀୟ ସହର ଭାବରେ ପ୍ରତିଷ୍ଠିତ କରାଇବା ସହିତ କମ୍ପାନୀର ସର୍ବଭାରତୀୟ ଉପସ୍ଥିତିକୁ ପୁନଃ ସୁଦୃଢ କରିଛି ଏବଂ ନୂତନ ବଜାରଗୁଡିକରେ ପରିମାଣାତ୍ମକ କାର୍ଯ୍ୟସ୍ଥଳ ନିର୍ମାଣ ଦିଗରେ ଏହାର ପ୍ରତିବଦ୍ଧତାକୁ ପୁନଃ ସୁଦୃଢୀକରଣ କରିଛି ।

ଏହି ନୂଆ ସେଣ୍ଟର ଭୁବନେଶ୍ୱର ପଟିଆସ୍ଥିତ ଇନ୍‌ଫୋସିଟିରେ ୪୫,୦୦୦ ବର୍ଗମିଟର ପରିମିତ ଅଞ୍ଚଳରେ ଅବସ୍ଥିତ, ଯାହା ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳ ଏବଂ ଭୁବନେଶ୍ୱରର ଅନ୍ୟତମ ସର୍ବାଧିକ ପ୍ରସିଦ୍ଧ ବ୍ୟବସାୟିକ ପେଣ୍ଠସ୍ଥଳ ଭାବରେ ପରିଚିତ । ଏହି ସମ୍ପ୍ରସାରଣ ସହିତ ଇଣ୍ଡିକୁ୍ୟବ୍‌ ଭାରତର ନୂତନ ଉଦ୍ୟୋଗ ଏବଂ ପ୍ରତିଭା ଦୃଶ୍ୟପଟ୍ଟ ସହିତ ମେଳଖୁଆଇ ଉଚ୍ଚ-ସାମର୍ଥ୍ୟସଂପନ୍ନ ଟିୟର ୨ ସହରଗୁଡିକରେ ନିଜର ଉପସ୍ଥିତିକୁ ନିରନ୍ତର ଭାବରେ ଅଧିକ ମଜଭୁତ କରୁଛି ।

ଏହି ସମ୍ପ୍ରସାରଣ ସମ୍ପର୍କରେ ଉଲ୍ଲେଖ କରି ରିଷି ଦାସ, ସହ-ପ୍ରତିଷ୍ଠାତା ଓ ସିଇଓ, ଇଣ୍ଡିକୁ୍ୟବ୍‌ କହିଥିଲେ, “ପୂର୍ବ ଭାରତ ଇଣ୍ଡିକୁ୍ୟବ୍‌ ପାଇଁ ଏକ ଉଲ୍ଲେଖଯୋଗ୍ୟ ଅଭିବୃଦ୍ଧି ଅଞ୍ଚଳ ଭାବରେ ପ୍ରତିନିଧିତ୍ୱ କରୁଛି ଏବଂ ଭୁବନେଶ୍ୱର ସେହି ଯାତ୍ରାରେ ସ୍ୱାଭାବିକ ଭାବରେ ପରବର୍ତ୍ତୀ ପଦକ୍ଷେପ ହୋଇଛି । ଏହି ସହର ସମ୍ପ୍ରତି ଏକ ପରିବର୍ତ୍ତନ ବିନ୍ଦୁରେ ପହଞ୍ଚିଛି, ଯେଉଁଠି ଆସୁଥିବା ମେଟ୍ରୋ ପ୍ରକଳ୍ପ ଏବଂ ନୀତିଗତ ସମର୍ଥନ ସହିତ ଦୃଢ ଭିତ୍ତିଭୂମି ସହାୟତାରେ ଏହା ଏକ ଭରସାଯୋଗ୍ୟ ଉଦ୍ୟୋଗ ଓ ପ୍ରଯୁକ୍ତି କେନ୍ଦ୍ରସ୍ଥଳ ଭାବରେ ରୂପାନ୍ତରିତ ହେଉଛି । ଏଠାରେ ଆମର ସମ୍ପ୍ରସାରଣ ଏହି ଅଞ୍ଚଳରେ ଏକ ଦମ୍‌ଦାର ଉପସ୍ଥିତି ସୃଷ୍ଟି କରିବା ଏବଂ ଉଦ୍ୟୋଗଗୁଡିକୁ ପାରମ୍ପରିକ ମେଟ୍ରୋ ସହରଗୁଡିକର ଊଦ୍ଧ୍ୱର୍ରେ ଦକ୍ଷତାର ସହିତ ପରିମାଣାତ୍ମକ ଭାବରେ ଅଭିବୃଦ୍ଧି ହାସଲ କରିବା ତଥା ସେହି ସମୟରେ ନୂତନ ପ୍ରତିଭା ବଜାରଗୁଡିକର ସୁଯୋଗ ନେବା ନିମନ୍ତେ ଆମର ଦୀର୍ଘସୂତ୍ରୀ ପ୍ରତିବଦ୍ଧତାକୁ ପୁନଃଦୃଢୀଭୂତ କରୁଛି ।”

ମେଘନା ଅଗ୍ରୱାଲ, ସହ-ପ୍ରତିଷ୍ଠାତା, ଇଣ୍ଡିକୁ୍ୟବ୍‌ କହିଥିଲେ, “ଭୁବନେଶ୍ୱର ଭଳି ଟିୟର-୨ ସହରଗୁଡିକର ଅଭୁ୍ୟଦୟ ଏକ ବୃହତ୍ତର ଭାରତର କାହାଣୀକୁ ପ୍ରତିଫଳିତ କରୁଛି, ଯେଉଁଠାରେ ପ୍ରତିଭା, ଆକାଂକ୍ଷା ଏବଂ ଉଦ୍ୟୋଗଗୁଡିକର ଅଭିବୃଦ୍ଧି ଅଧିକରୁ ଅଧିକ ବିକେନ୍ଦ୍ରୀକରଣ ହେଉଛି । ପରିବର୍ତ୍ତନଶୀଳ ପ୍ରତିଭା ସ୍ଥାନାଟନ ଶୈଳୀ ମଧ୍ୟରେ ସଂସ୍ଥାନଗୁଡିକ ସେମାନଙ୍କର କାର୍ଯ୍ୟସ୍ଥଳର ଅବସ୍ଥିତି ରଣକୋଶଳକୁ ନେଇ ପୁନଃଚିନ୍ତନ କରୁଥିବାବେଳେ ଭୁବନେଶ୍ୱର ଭଳି ଏକ ଅଭିବୃଦ୍ଧିଶୀଳ ସହରରେ ଆମର ଉପସ୍ଥିତି ଇଜ୍‌ ଅଫ ଡୁଇଂ ବିଜିନେସ୍‌, କାର୍ଯ୍ୟସ୍ଥଳରେ ଉତ୍ପାଦିକାରେ ବୃଦ୍ଧି କରାଇବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ତାହାସହିତ ଏକ ସ୍ଥିର କର୍ମଚାରୀ ଅନୁଭୂତି ଯୋଗାଇଦେବ ।”

Leave a Reply

Your email address will not be published. Required fields are marked *