ଖଣ୍ଡଗିରି କୁମ୍ଭମେଳା ଅବସରରେ ଆନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ଉଦଜାପିତ

ଭୁବନେଶ୍ୱର ତା.୩୧/୦୧: ଆଜି ସ୍ଥାନୀୟ ଖଣ୍ଡଗିରୀ ପାନ୍ଥୀକାଠାରେ ଖାରବେଳ ମହୋତ୍ସବ ମହାଆଡମ୍ବରେ ଉଦଯାପିତ ଏବଂ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନୁଚିନ୍ତନମର ମିଳିତ ଆନୁକୁଲ୍ୟରେ ଖଣ୍ଡଗିରି କୁମ୍ଭମେଳା ଅବସରରେ ଆନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ୨୦୨୬ ର ଉଦଜାପିତଉତ୍ସବ କୁ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଉଦଘାଟିତ କରିଥିଲେ। ଏହି ଅବସରରେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ କହିଛନ୍ତି ଯେ ଆନ୍ତରଜାତୀୟ ଐର ଖାରବେଳ ମହୋତ୍ସବ ମହାଆଡମ୍ବରେ ଉଦଯାପିତ ହୋଇଛି।ଓଡିଶା ଗୌରବାବହ ଇତିହାସ ସହ ଉତ୍ତର ପିଢୀକୁ ଯୋଡି ଉତ୍କଳୀୟ ସାଂସ୍କୃତିକ ମାନଚିତ୍ରକୁ ସୁଦୃଢ କରାଇବା ଏହାର ମୂଳ ଲକ୍ଷ ବୋଲି କହିଥିଲେ । ଅଶ୍ଳୀଳ ପରମ୍ପରା ବିରୁଦ୍ଧରେ ଲଢି ଓଡିଶା ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ଆମର ଉଦେଶ୍ୟ।ଏଥିରେ ଦେଶ ଓ ବିଦେଶର ବହୁ ସୁନାମ ଧନ୍ୟ କଳାକାର ଯୋଗ ଦେଇଛନ୍ତି। ଆଜି ମଞ୍ଚରେ ଅର୍ପିତା ସାହା ଙ୍କ ଗ୍ରୁପ ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ,Fate Fighter (Mallkhamb & Fire) ,Bichitra Barnali Natya Sansad (Animal Mask &Pupet, Ganjam) ନୃତ୍ୟ ଆଦି ପରିବେଷଣ କରିଥିଲେ ବିଭିନ୍ନ ଅନୁଷ୍ଠାନ ବୋଲି ଶ୍ରୀ ସିଂ କହିଥିଲେ।ଆନ୍ତର୍ଜାତୀୟ ନୃତ୍ୟ ଗବେଷକ ତଥା ଅନୁଚିନ୍ତନମର ପ୍ରତିଷ୍ଠାତା ଡାଃ ଶ୍ରୀନିବାସ ଘଟୁଆରି ମଞ୍ଚ ପରିଚାଳନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି,ସମାଜ ସେବୀ ସଂଗ୍ରାମ ପାଇକରାୟ, ଶ୍ରୀମଇ ମିଶ୍ର,ସରପଞ୍ଚ ଚନ୍ଦନ ମଲ୍ଲିକ , କ୍ଷୀରୋଦ ପ୍ରଧାନ,କର୍ପୋରେଟର ସୁଜାତା ଛୋଟରାୟ,ରାମ ରଣସିଂ,ନୃପେଶ ନାୟକ, ସମାଜ ସେବୀ ବଳରାମ ସ୍ବାଇଁ, ବାବୁଲି ସମର୍ଥା,ପ୍ରତାପ ସାହୁ, ସୁନିଲ ପ୍ରଧାନ,ରୁଦ୍ର ବଲ୍ଲଭ ସାମନ୍ତରାୟ,ସୁରେନ୍ଦ୍ର ପ୍ରଧାନ,ମନ ମହାନ୍ତି , ଆରତୀ ଭୁଇଆ, ସାଲୁଟ ସାହୁ,ସୂରେନ୍ ଛୁଆଳସିଂ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *