ଖଣ୍ଡଗିରି କୁମ୍ଭମେଳା ଅବସରରେ ଆନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର : ଗୁରୁବାର ସ୍ଥାନୀୟ ଖଣ୍ଡଗିରୀ ପାନ୍ଥୀକାଠାରେ ଐର ଖାରବେଳ ମହୋତ୍ସବ କମିଟି ଏବଂ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନୁଚିନ୍ତନମର ମିଳିତ ଆନୁକୁଲ୍ୟରେ ଖଣ୍ଡଗିରି କୁମ୍ଭମେଳା ଅବସରରେ ଆନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ୨୦୨୬ କୁ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଓ ମୁଖ୍ୟଅତିଥି ଭାବେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗ ଦେଇ ଉଦଘାଟିତ କରିଥିଲେ ମହୋତ୍ସବ କୁ। ଏହି ଅବସରରେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ କହିଛନ୍ତି ଯେ ଆନ୍ତରଜାତୀୟ ଐର ଖାରବେଳ ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୩୦ ଏବଂ ୩୧ ତାରିଖରେ ତିନି ଦିନ ବ୍ୟାପୀ ଖଣ୍ଡଗିରୀ ସ୍ଥିତ ପାନ୍ଥୀକା ଠାରେ ଉତ୍ସବ ପାଳିତ ହେବ। ଓଡିଶା ଗୌରବାବହ ଇତିହାସ ସହ ଉତ୍ତର ପିଢୀକୁ ଯୋଡି ଉତ୍କଳୀୟ ସାଂସ୍କୃତିକ ମାନଚିତ୍ରକୁ ସୁଦୃଢ କରାଇବା ଏହାର ମୂଳ ଲକ୍ଷ ବୋଲି କହିଥିଲେ । ଅଶ୍ଳୀଳ ପରମ୍ପରା ବିରୁଦ୍ଧରେ ଲଢି ଓଡିଶା ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ଆମର ଉଦେଶ୍ୟ।ଏଥିରେ ଦେଶ ଓ ବିଦେଶର ବହୁ ସୁନାମ ଧନ୍ୟ କଳାକାର ଯୋଗ ଦେଇଛନ୍ତି। ଆଜି ମଞ୍ଚରେ ପ୍ରଜ୍ଞା ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ, ଦେବଜ୍ୟୋତି ନସ୍କର ଓ ଗ୍ରୁପ ପକ୍ଷରୁ କଥକ ଓ ବ୍ରେଲି ନୃତ୍ୟ ପରିବେଷଣ କରିଥିଲେ, ବିନାକେଶରି ନୃତ୍ୟ ମଞ୍ଜଳି ପକ୍ଷରୁ ପାଲ୍ଲୀ ନୃତ୍ୟ ପରିବେଷଣ କରିଥିଲେ ବୋଲି ଶ୍ରୀ ସିଂ କହିଥିଲେ।ଆନ୍ତର୍ଜାତୀୟ ନୃତ୍ୟ ଗବେଷକ ତଥା ଅନୁଚିନ୍ତନମର ପ୍ରତିଷ୍ଠାତା ଡାଃ ଶ୍ରୀନିବାସ ଘଟୁଆରି ମଞ୍ଚ ପରିଚାଳନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଟ ବିଜେପି ନେତା ଜଗନ୍ନାଥ ପ୍ରଧାନ, ସରୋଜ କର, କାଳନ୍ଦୀ ସାମଲ, ବିରଞ୍ଚି ତ୍ରିପାଠୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସେକ୍ରେଟେରୀ ଡ.ଚନ୍ଦ୍ର ଶେଖର ହୋତା,ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ନିରଞ୍ଜନ ମିଶ୍ର, କର୍ପୋରେଟର ରାମଚନ୍ଦ୍ର ରଣସିଂ, ସୁଜାତା ଛୋଟରାୟ,ସୁଚିତ୍ରା ପାତ୍ର, ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୁପକାର, ମଣ୍ଡଳ ସଭାପତି ଆରତୀ ଭୂଈଆ, ଜିତୁ ପଟ୍ଟନାୟକ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *