କଟକରେ ଏକ ନୂତନ ଅତ୍ୟାଧୁନିକ ଟ୍ରକ୍ ଏବଂ ବସ୍ ଡିଲରସିପ୍ ସହିତ ମହିନ୍ଦ୍ରା ଓଡ଼ିଶାରେ ନିଜର ଉପସ୍ଥିତିକୁ ସୁଦୃଢ଼ କରୁଛି

ଭୁବନେଶ୍ୱର/କଟକ/ରାଉରକେଲା: ଗତ ୪ ବର୍ଷ ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବା ପରେ, ମହିନ୍ଦ୍ରାର ଟ୍ରକ୍ ଏବଂ ବସ୍ ବ୍ୟବସାୟ ଆଜି ଓଡ଼ିଶାର କଟକରେ ୬ଟି ସର୍ଭିସ୍ ବେସ ସହିତ ଏହାର ଅତ୍ୟାଧୁନିକ ୩ଏସ୍ ଡିଲରସିପ୍ ଉଦଘାଟନ କରିଛି, ଏହି ସୁବିଧା ପ୍ରତିଦିନ ୮ ରୁ ଅଧିକ ଯାନବାହନକୁ ସେବା ପ୍ରଦାନ କରିବା ସହିତ ଡ୍ରାଇଭର ରହିବା, ୨୪ ଘଣ୍ଟା ବ୍ରେକଡାଉନ୍ ସହାୟତା ଏବଂ ଆଡ-ବ୍ଲୁ ଉପଲବ୍ଧତା ମଧ୍ୟ ପ୍ରଦାନ କରୁଛି ।

ଏହି ଅବସରରେ, ଶ୍ରୀଯୁକ୍ତ ବିନୋଦ ସହାୟ, ସଭାପତି – ଟ୍ରକ୍‌, ବସ୍ ଏବଂ ନିର୍ମାଣ ଉପକରଣ, ଗୋଷ୍ଠୀ କାର୍ଯ୍ୟନିର୍ବାହୀ ବୋର୍ଡର ସଦସ୍ୟ, କହିଛନ୍ତି, “କଟକରେ ଆମର ନୂତନ ଅତ୍ୟାଧୁନିକ ଡିଲରସିପ୍ ଉଦଘାଟନ କରି ଆନନ୍ଦିତ । ମେସର୍ସ ମା\’ ଦୁର୍ଗା ଅଟୋ ଟେକ୍ ଓଡ଼ିଶାରେ ମହିନ୍ଦ୍ରା ଟ୍ରକ୍ ଏବଂ ବସ୍‌ର ଆଉ ଏକ ନୂତନ ଡିଲରସିପ୍ ପାଲଟିଛି । ମିଳିତ ଭାବରେ, ମହିନ୍ଦ୍ରା ଟ୍ରକ୍ ଏବଂ ବସ୍ ଏବଂ ଏସଏମଏଲ୍ ପାଖରେ ଏବେ ସାରା ଦେଶରେ ଟ୍ରକ୍ ଓ ବସ୍ ପାଇଁ ୨୦୦ ରୁ ଅଧିକ ୩ଏସ୍ ଡିଲରସିପ୍ ଏବଂ ୪୦୦ ରୁ ଅଧିକ ଦ୍ୱିତୀୟ ଟଚ୍ ପଏଣ୍ଟ ରହିଛି, ଯାହା ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ଗ୍ରାହକ ସେବା ପ୍ରଦାନ କରୁଛି । ମହିନ୍ଦ୍ରା ଗ୍ରୁପ୍ ଏବେ ଟ୍ରକ୍ ଏବଂ ବସ୍‌ରେ ପ୍ରାୟ ୭% ବଜାର ଅଂଶୀଦାର, ଆଇ ଏଣ୍ଡ ଏଲସିଭି ବସ୍‌ରେ ୨୪% ବଜାର ଅଂଶୀଦାର ରହିଛୁ । ଆମେ ଆର୍ôଥକ ବର୍ଷ ୩୧ ସୁଦ୍ଧା ଆମର ବଜାର ଅଂଶକୁ ୧୦-୧୨% ଏବଂ ଆର୍ôଥକ ବର୍ଷ ୩୬ ସୁଦ୍ଧା ୨୦% ରୁ ଅଧିକ ଅଂଶୀଦାର ହେବାକୁ ଲକ୍ଷ୍ୟ ରଖିଛୁ ।”

ଏହି ଅବସରରେ ଡକ୍ଟର ଭେଙ୍କଟ ଶ୍ରୀନିବାସ, ବ୍ୟବସାୟ ମୁଖ୍ୟ – ମହିନ୍ଦ୍ରା ଟ୍ରକ୍‌, ବସ୍ ଏବଂ ନିର୍ମାଣ ଉପକରଣ, କହିଛନ୍ତି, “ଗ୍ରାହକ-କେନ୍ଦ୍ରିକତା ପ୍ରତି ଆମର ଆଗ୍ରହ ଆମକୁ ଗ୍ରାହକମାନଙ୍କ ପାଇଁ ଉତ୍ତମ ମୂଲ୍ୟ ପ୍ରସ୍ତାବ ସୃଷ୍ଟି କରିବାକୁ ପ୍ରେରିତ କରିଛି । ଏହା ଆମର ସମଗ୍ର ଉତ୍ପାଦ ପରିସରର ଗ୍ୟାରେଣ୍ଟିଯୁକ୍ତ ଅଧିକ ମାଇଲେଜ୍ ହେଉ, କିମ୍ବା ସବୁଠାରୁ ଉନ୍ନତ ଟେଲିମାଟିକ୍ସ ସମାଧାନ – ଆଇ-ମ୍ୟାକ୍ସ, ଯାହା ଫ୍ଲିଟ୍ ମାଲିକମାନଙ୍କୁ ସେମାନଙ୍କ ପରିବହନ ବ୍ୟବସାୟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ ହେଉ ଅବା ଡିଲରସିପ୍ ଓ ବିକ୍ରୟ ପରବର୍ତ୍ତୀ ସେବା ପ୍ରଦାନ ଓ ସାମଗ୍ରୀର ଦ୍ରୁତ ବର୍ଦ୍ଧିତ ନେଟୱାର୍କ ମାଧ୍ୟମରେ ଆମେ ଭାରତୀୟ ବାଣିଜ୍ୟିକ ଯାନବାହାନ ଶିଳ୍ପରେ ସର୍ବୋତ୍ତମ ଗ୍ରାହକ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିବଦ୍ଧ ।”

ମହିନ୍ଦ୍ରା ବ୍ଲାଜୋ-ଏକ୍ସ, ଫ୍ୟୁରୋ, ଅପ୍ଟିମୋ ଏବଂ ଜେୟୋ ହେଉଛି ଭାରତର ଏକମାତ୍ର ସିଭି ଟ୍ରକ୍ ରେଞ୍ଜ ଯାହା ଡବଲ୍ ସେବା ଗ୍ୟାରେଣ୍ଟି ସହିତ ସମର୍ôଥତ – ବ୍ରେକଡାଉନର ୪୮ ଘଣ୍ଟା ମଧ୍ୟରେ ପୁଣି କାର୍ଯ୍ୟ ସମ୍ପାଦନ ପାଇଁ ରାସ୍ତାକୁ ଫେରି ଆସିବ, ଅନ୍ୟଥା କମ୍ପାନୀ ଗ୍ରାହକଙ୍କୁ ପ୍ରତିଦିନ ୧୦୦୦/- ଟଙ୍କା ଏବଂ ଡିଲର ୱାର୍କସପରେ ୩୬ ଘଣ୍ଟା ମଧ୍ୟରେ ଯାନର ଗ୍ୟାରେଣ୍ଟିଯୁକ୍ତ ପରିବର୍ତ୍ତନ ପ୍ରଦାନ କରିବ ଅଥବା କମ୍ପାନୀ ପ୍ରତିଦିନ ୩୦୦୦/- ଟଙ୍କା ଦେବ । ନିରନ୍ତର ଉତ୍ପାଦ ନବସୃଜନ ଏବଂ ଗ୍ରାହକ କେନ୍ଦ୍ରିକତା ପ୍ରତି ଆଗ୍ରହ ଏମଟିବିର ମୂଳ ଲକ୍ଷ୍ୟ ରହିଛି ଯାହା ଏହି ଗ୍ୟାରେଣ୍ଟିଗୁଡ଼ିକୁ ସମ୍ଭବ କରୁଛି ।

Leave a Reply

Your email address will not be published. Required fields are marked *