ଓଡ଼ିଶାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ପ୍ରତିଷ୍ଠା ଦିବସ ପରେଡ୍ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର-ତା.୨୮.୦୨.୨୦୨୬

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ କଟକର ମୁଣ୍ଡଳିସ୍ଥିତ ଆଞ୍ଚଳିକ ତାଲିମ କେନ୍ଦ୍ରରେ ଆସନ୍ତା ମାର୍ଚ୍ଚ ୬ ତାରିଖରେ ଏହାର ବାର୍ଷିକ ପ୍ରତିଷ୍ଠା ଦିବସ ପରେଡ୍ ଆୟୋଜନ କରାଯିବ ।
​ଏଥିନିମନ୍ତେ ସିଆଇଏସଏଫ ମହାନିର୍ଦ୍ଦେଶକ ଶ୍ରୀ ପ୍ରବୀର ରଞ୍ଜନ ଏହାର ପ୍ରସ୍ତୁତି ତଦାରଖ କରିବା ସହ ମୁଣ୍ଡଳି ଏବଂ ଭୁବନେଶ୍ୱରର କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ଦେଶବ୍ୟାପୀ ବିଭିନ୍ନ ତାଲିମ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ମୁଣ୍ଡଳିସ୍ଥିତ ଆଞ୍ଚଳିକ ତାଲିମ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏହି ଗସ୍ତ ସମୟରେ ମହାନିର୍ଦ୍ଦେଶକ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସାକ୍ଷାତ ଭେଟିଥିଲେ। ଏହି ଅବସରରେ ସେମାନଙ୍କ ମଧ୍ୟରେ ସୁରକ୍ଷା ସମନ୍ୱୟ ଏବଂ ପରେଡ୍ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ଉଭୟଙ୍କୁ ସେ ଆମନ୍ତ୍ରିତ କରିଥିଲେ ।

Leave a Reply

Your email address will not be published. Required fields are marked *