ଓମ୍ଫେଡ୍ ପକ୍ଷରୁ 77ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର;ତା 26-01-2026 ରିଖ: ଓମ୍ଫେଡ୍ ପକ୍ଷରୁ 77 ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ୱର ସହିଦ ନଗରସ୍ଥିତ ମୁଖ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସଭାନେତ୍ରୀ ଶ୍ରୀମତୀ ସୁନୀତା ବରାଳ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ କୁମାର, ପରିଚାଳକ ଡେରୀ ପ୍ରକଳ୍ପ, ଡକ୍ଟର ବିଶ୍ୱରଂଜନ ତ୍ରିପାଠୀ, ଉପ ପରିଚାଳକ, ପି ଆଣ୍ଡ ଆଇ, ପବ୍ଲିକ ରିଲେସନ, ତାପସ ରଂଜନ ମିଶ୍ର, ଭାରପ୍ରାପ୍ତ ପରିଚାଳକ, ଆର୍ଥିକ,  ସାମଗ୍ରୀ ପରିଚାଳନା ଓ ବିପଣନ, ଜିତେନ୍ଦ୍ର କୁମାର ବରାଡ, ସହକାରୀ ପରିଚାଳକ, ଆଇଟି, ନିତ୍ୟଦର୍ଶନ ମିଶ୍ର, ଭାରପ୍ରାପ୍ତ ପରିଚାଳକ, ମାନବସମ୍ବଳ ବିକାଶ ବିଭାଗଙ୍କ ସହ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

            ଆଗାମୀ ଦିନରେ ଓମ୍ଫେଡକୁ ଲୋକାଭିମୁଖି କରିବା ସହ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ଓମ୍ଫେଡର ଉତ୍ପାଦ ପହଞ୍ଚାଇବା ପାଇଁ ସମସ୍ତେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି ଭାଇସ୍ ଚେୟାରମ୍ୟାନ ଶ୍ରୀମତୀ ବରାଳ । ଓମ୍ଫେଡ୍ ରାଜ୍ୟର ଲକ୍ଷ ଲକ୍ଷ ଗ୍ରାହକଙ୍କର ଆଶା, ଭରସା ଓ ବିଶ୍ୱାସ । ଦୀର୍ଘ 45 ବର୍ଷର ସେହି ବିଶ୍ୱାସକୁ ବଜାୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଦୁଗ୍ଧ ସଂଗ୍ରହ ବୃଦ୍ଧି ଓ ନୂତନ ଉତ୍ପାଦ ପାଇଁ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ନେଉଥିବା ବିଭିନ୍ନ ପଦକ୍ଷେପକୁ ସ୍ୱାଗତ ଜଣାଇବା ସହ ତାହାକୁ ବାସ୍ତବ କ୍ଷେତ୍ରରେ  ନିଷ୍ଠାର ସହ କାର୍ଯ୍ୟକାରୀ କରିବା ପାଇଁ ଆଜିର ଏହି ପବିତ୍ର ଦିନରେ ସମସ୍ତେ ଶପଥ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।

            ସେହିପରି ଅରିଲୋସ୍ଥିତ ପ୍ଲାଣ୍ଟ ସହ ବିଭିନ୍ନ ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *