ଜାତୀୟ ଯୁବ ମହୋତ୍ସବ 2026ରେ ଯୋଗଦେଲେ ରାଜା ମଧୁସୂଦନ ଡିଗ୍ରୀ କଲେଜର ଛାତ୍ରୀ ସ୍ୱାତୀ ସ୍ୱାଗତିକା
ଭୁବନେଶ୍ୱର;ତା 10-01-2026ରିଖ:ଜାତୀୟ ଯୁବ ମହୋତ୍ସବ 2026 ରେ ଯୋଗଦେଲେ ଭୁବନେଶ୍ୱରସ୍ଥିତ ରାଜା ମଧୁସୂଦନ ଡିଗ୍ରୀ କଲେଜ, ପଟିଆର ଛାତ୍ରୀ ସ୍ୱାତୀ ସ୍ୱାଗତିକା ଜେନା । ଭାରତ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପରେ ଆୟୋଜିତ ବିକଶିତ ଭାରତରେ ଯୁବ ନେତୃତ୍ୱ ସମ୍ମିଳନୀରେ ଭାଗନେବେ ସ୍ୱାତୀ ସ୍ୱାଗତିକା । ଗତ 6 ତାରିଖ ଦିନ ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯୁବ ମହୋତ୍ସବର ଆଜି ଥିଲା ପ୍ରଥମ ଦିନ । ଗତ 6 ତାରିଖ ଦିନ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ୱାତୀଙ୍କ ସହ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଓଡିଶାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟକୁ ବିଭିନ୍ନ ରାଜ୍ୟରୁ ଆସିଥିବା ଯୁବ ପ୍ରତିଭାଙ୍କ ମଧ୍ୟରେ ବାଣ୍ଟିବା ସହ ଓଡିଶାର ଗର୍ବ ଓ ଗୌରବର ବିକଶିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ନୂଆଦିଲ୍ଲୀଠାରେ ସ୍ୱାତୀ ବିକଶିତ ଭାରତ ସଂପର୍କିତ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେବେ । କେବଳ ପ୍ରତିଯୋଗିତାରେ ଭାଗନେବା ନୁହେଁ, ବିଭାନ୍ନ ରାଜ୍ୟରୁ ଆସିଥିବା ଯୁବପ୍ରତିଭାଙ୍କ ସହ ଓଡିଶାର କଳା, ସଂସ୍କୃତି ଆଦି ସଂପର୍କରେ ଭାବ ବିନିମୟ କରିବେ ।
ସ୍ୱାତୀ ସ୍ୱାଗତିକା ଏବେ ରାଜା ମଧୁସୂଦନ ମହାବିଦ୍ୟାଳୟ ଯୁକ୍ତ 3 ବିଜ୍ଞାନ ଛାତ୍ରୀ । ସ୍ୱାତୀ ଯୁବ ମହୋତ୍ସବରେ ଯୋଗଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚୟନ ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଖୁସି ପ୍ରକଟ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଜାତୀୟସ୍ତରରେ ଆୟୋଜିତ ଏହି ପ୍ରତିଯୋଗିତାରେ ସ୍ୱାତୀ ସ୍ୱାଗତିକା ବିଜୟୀ ହୋଇ ରାଜ୍ୟ ତଥା ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିବା ପାଇଁ କାମନା କରିଛନ୍ତି । ସ୍ୱାତୀ ସ୍ୱାଗତିକା ଜେନାଙ୍କ ବାପା ଗୁଣନିଧି ଜେନା, ଓମ୍ପେଡ୍ ର ଜଣେ କର୍ମଚାରୀ ଏବଂ ତାଙ୍କ ମାତା ନମିତା ଜେନା ଜଣେ ଗୃହିଣୀ ।
ଜାତୀୟ ଯୁବ ମହୋତ୍ସବ 2026ରେ ଯୋଗଦେଲେ ରାଜା ମଧୁସୂଦନ ଡିଗ୍ରୀ କଲେଜର ଛାତ୍ରୀ ସ୍ୱାତୀ ସ୍ୱାଗତିକା

