ଭୁବନେଶ୍ୱର ତା-୩୦.୦୧.୨୦୨୬
ଆଜି ଲୋକସେବା ଭବନରେ ସହିଦଦିବସ ପାଳନ ଅବସରରେ ନୀରବ ପ୍ରାର୍ଥନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ, ଅଧିକାରୀ ଓ କର୍ମଚାରୀମାନେ ସମବେତ ହୋଇ ଦେଶର ସ୍ଵାଧୀନତା ସଂଗ୍ରାମୀ ତଥା ଦେଶ ପାଇଁ ପ୍ରାଣବଳି ଦେଇଥିବା ଅମର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ନିର୍ଦ୍ଧାରିତ ପୂର୍ବାହ୍ନ ୧୧ଟା ସମୟରେ୨ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିଥିଲେ।
ଲୋକସେବା ଭବନରେ ସହିଦ ଦିବସ ପାଳନ ଅବସରରେ ନୀରବ ପ୍ରାର୍ଥନା

