ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ୭୭ତମ ସାଧାରଣତନ୍ତ୍ର ଦିବସ ଗର୍ବ ଓ ଦେଶପ୍ରେମର ଉତ୍ସାହ ସହିତ ପାଳନ କରାଯାଇଛି। ବ୍ରହ୍ମପୁରସ୍ଥିତ ଏହାର କର୍ପୋରେଟ୍‌ କାର୍ଯ୍ୟାଳୟରେ ସିଇଓ ଶ୍ରୀ ଅମିତ କୁମାର ଗର୍ଗ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହି ଉତ୍ସବ ଭାରତର ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଗଭୀର ସମ୍ମାନ ଏବଂ ନିର୍ଭରଯୋଗ୍ୟ ଓ ସମାବେଶୀ ବିଦ୍ୟୁତ୍‌ ବଣ୍ଟନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

ଶ୍ରୀ ଗର୍ଗ ଉପସ୍ଥିତ ଶ୍ରୋତାମାନଙ୍କୁ ସମ୍ବୋଧିତ କରି ‘ବିକଶିତ ଭାରତ’ ସମ୍ପର୍କରେ କହିଥିଲେ। ସେବା ପ୍ରଦାନରେ ନିରନ୍ତର ଉନ୍ନତି, ସ୍ଥାୟୀତ୍ୱ ଉଦ୍ୟମ ଏବଂ ଗୋଷ୍ଠୀ -କେନ୍ଦ୍ରିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଜାତୀୟ ଲକ୍ଷ୍ୟକୁ ସମର୍ଥନ କରିବାରେ ଟିପିଏସ୍‌ଓଡିଏଲ୍‌ର ଭୂମିକାକୁ ଉଜ୍ଜ୍ୱଳ କରେ ବୋଲି ସେ ପ୍ରକାଶ କରିଥିଲେ । ସେ କମ୍ପାନୀର ଗ୍ରାମାଞ୍ଚଳ ବିଦ୍ୟୁତୀକରଣ, ନବୀକରଣୀୟ ଶକ୍ତିର ଏକୀକରଣ ଏବଂ ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ୍‌ ବଣ୍ଟନ ନେଟ୍‌ୱର୍କକୁ ମଜବୁତ୍‌ କରିବାକୁ ଲକ୍ଷ୍ୟ ରଖି ଉଦ୍ଭାବନୀ ସମାଧାନଗୁଡ଼ିକର ଗ୍ରହଣ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ଲୋକକେନ୍ଦ୍ରିକ ବୃଦ୍ଧିକୁ ଜୋର୍‌ ଦେଇ ଶ୍ରୀ ଗର୍ଗ କର୍ମଚାରୀମାନଙ୍କୁ ଭାରତର ଯାତ୍ରାରେ ଯୋଗଦାନ ଦେବା ସମୟରେ ସତ୍ୟନିଷ୍ଠା, ସୁରକ୍ଷା ଏବଂ ଉତ୍କର୍ଷତାର ମୂଲ୍ୟବୋଧକୁ ଧରି ରଖିବାକୁ ଉତ୍ସାହିତ କରିଥିଲେ।

ଉତ୍ସବର ଏକ ମୁଖ୍ୟ ଆକର୍ଷଣ ଥିଲା ୟୁଟିଲିଟି-ଲେଡ୍‌ ଆଗ୍ରିଗେସନ୍‌ (ୟୁଏଲ୍‌ଏ) ହିତାଧିକାରୀଙ୍କୁ ସମ୍ମାନିତ କରାଯିବା। ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ହିତାଧିକାରୀମାନଙ୍କୁ କର୍ପୋରେଟ କାର୍ଯ୍ୟାଳୟରେ ସମ୍ୱର୍ଦ୍ଧିତ କରିଥିଲେ। ଏହା ସୌର ଶକ୍ତି ଏବଂ ସବୁଜ ଶକ୍ତି ପ୍ରଚାରରେ ସେମାନଙ୍କର ଯୋଗଦାନକୁ ସ୍ୱୀକୃତି ଦେଇଥିଲା। ଏହିପରି କାର୍ଯ୍ୟକ୍ରମ ଟିପିଏସ୍‌ଓଡିଏଲ୍‌ର କାର୍ଯ୍ୟକ୍ଷେତ୍ରରେ ସର୍କଲ୍‌ ସ୍ତରରେ ଆୟୋଜିତ ହୋଇଥିଲା। ଯାହା କମ୍ପାନୀର ସବୁଜ ଶକ୍ତି ପାଇଁ ସଂକଳ୍ପ ଏବଂ ଲୋକଙ୍କ ଅଂଶଗ୍ରହଣ ପ୍ରତି ପ୍ରତିବଦ୍ଧତାକୁ ମଜବୁତ୍‌ କରିଥିଲା।

Leave a Reply

Your email address will not be published. Required fields are marked *