ଭୁବନେଶ୍ୱର ତା 14.01- ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସପକ୍ଷରେ ମାନ୍ୟବର ହାଇକୋର୍ଟ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି | ଏ ନେଇ ମାମଲାର ପ୍ରତିପକ୍ଷ ଅଶୋକ କୁମାର ପଟନାୟକ ଓ ଅନ୍ୟମାନଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରିଥିବାରୁ “ଓଡିଶା ପୂର୍ତ୍ତ ଅବସରପ୍ରାପ୍ତ ୱାର୍କଚାର୍ଜଡ଼/ରେଗୁଲାର କର୍ମଚାରୀ ସଂଘ” ଶ୍ରୀ ମିଶ୍ରଙ୍କୁ କୃତଜ୍ଞତା ଜଣାଇଛି | ପ୍ରକାଶ ଯୋଗ୍ୟ ଯେ, ଅବସରପ୍ରାପ୍ତ ୱାର୍କଚାର୍ଜଡ଼ କର୍ମଚାରୀ ଅଶୋକ ପଟନାୟକ ଚାକିରିରୁ ଅବସର ନେବା ପରେ 2024 ମସିହା ମଇ ମାସରେ ପେନସନ ପାଇବା ପାଇଁ ଓଡିଶା ହାଇକୋର୍ଟରେ ମୋକଦମା ରୁଜୁ କରିଥିଲେ | ଜଣିକିଆ ଖଣ୍ଡପୀଠ ମାମଲାକୁ ବିଚାର କରି ପେନସନ ପାଇବା ସପକ୍ଷରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏହି ରାୟ ବିରୁଦ୍ଧରେ ରାଜ୍ୟ ସରକାର ରିଟ ଅପିଲ କରିଥିଲେ | ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ବିଚାରପତି ଚିତ୍ତ ରଂଜନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରିଟ ଅପିଲକୁ ଶୁଣାଣି କରି ଖାରଜ କରି ଦେଇଛନ୍ତି | ସାମ୍ବିଧାନିକ ମୌଳିକ ଅଧିକାରକୁ ଅଗ୍ରାଧିକାର ଦେଇ 30 ରୁ 40 ବର୍ଷ ସେବା ଦାନ କରିଥିବା କର୍ମଚାରୀଙ୍କୁ ସରକାର 1992 ପେନସନ ନିୟମ ଅନୁସାରେ ପେନସନ ପ୍ରଦାନ କରନ୍ତୁ ଓ ଅଯଥା ମାମଲା ରୁଜୁ କରାନଯାଉ ବୋଲି ଖଣ୍ଡପୀଠ ପ୍ରକାଶ୍ୟ ରାୟରେ ଉଲ୍ଲେଖ କରିଛି | ଆଉ ମଧ୍ୟ ବହୁ କର୍ମଚାରୀ ଅବସରସର ଗ୍ରହଣ କରିଥିଲେ ମଧ୍ୟ ସରକାର କଣ ପାଇଁ ପେନସନ ଦେଉ ନାହାନ୍ତି ଓ ତାହା ବୁଝାପଡୁନି ବୋଲି ରାୟରେ ଉଲ୍ଲେଖ ରହିଛି | ସରକାର ଏହି ମାମଲାକୁ ଗ୍ରହଣ କରି ଓ ଅଧିକ ମାମଲା ନବଢ଼ାଇ ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ପେନସନ ଦେବା ସପକ୍ଷରେ ନିଷ୍ପତି ନିଅନ୍ତୁ ବୋଲି ସଂଘ ସଭାପତି ଅରୁଣ ପରିଡା ଓ ସାଧାରଣ ସମ୍ପାଦକ ଗଗନ ଭଞ୍ଜ ଦାବି କରିଛନ୍ତି | ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ସହ ହୋଇଥିବା ଆଲୋଚନାକୁ ପୂର୍ତ୍ତ ସଚିବ ଗୁରୁତ୍ୱ ଦେଇ 1972 ପି. ଜି ଆକ୍ଟ ଅନୁସାରେ ଗ୍ରାଚ୍ୟୁଇଟି ପ୍ରଦାନ କରାଯାଉ | ହାଇକୋର୍ଟଙ୍କ ରାୟକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଚଳିତମାସ 16 ତାରିଖରେ ହେବାକୁ ଥିବା ଆଲୋଚନାରେ ଏହାକୁ ମୁଖ୍ୟ ପ୍ରସଙ୍ଗ ଭାବେ ବିବେଚନା କରି ମୁଖ୍ୟମନ୍ତ୍ରୀ ପେନସନ ପ୍ରଦାନ ସପକ୍ଷରେ ନିଷ୍ପତି ନିଅନ୍ତୁ ବୋଲି ପୂର୍ତ୍ତ ସଂଗଠନ ଅନୁରୋଧ କରିଛି |
ବରିଷ୍ଠ ଅଧିବକ୍ତା ମନୋଜ ମିଶ୍ରଙ୍କୁ ପୂର୍ତ୍ତ ସଂଗଠନ ଜଣାଇଲା କୃତଜ୍ଞତାମାନ୍ୟବର ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ, ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ପେନସନ ଦିଅ

