ଢେଙ୍କାନାଳର ଯୁବ ସମାଜସେବୀ ପାର୍ଥ ସାରଥୀ ମହାକୁଳ ସମାଜସେବା କ୍ଷେତ୍ରରେ ସମ୍ବର୍ଦ୍ଧିତ
ଢେଙ୍କାନାଳ, ୨୨/୧ : ଯୁବ ଶକ୍ତି, ସୃଜନଶୀଳତା ଓ ସାମାଜିକ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ “ବ୍ରାଇଟ୍ ଓଡ଼ିଶା ଫାଉଣ୍ଡେସନ୍” ପକ୍ଷରୁ ପ୍ରଥମ “ଓଡ଼ିଶା ଯୁବରତ୍ନ ସମ୍ମାନ–୨୦୨୬” ଭୁବନେଶ୍ୱର ଜୟଦେବ ଭବନରେ ଗତ ୨୧ ତାରିଖ ବୁଧବାର ଦିନ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କଲ୍ୟାଣ ଫାଉଣ୍ଡେସନର ସଭାପତି ସୌମିତ୍ର ଲେଙ୍କା, ବରିଷ୍ଠ ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର, ମେଟ୍ରୋ ଗ୍ରୁପର ନିର୍ଦ୍ଦେଶକ ମହମ୍ମଦ ଅଲିମ୍ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।ସମ୍ମାନ ସମାରୋହରେ ମିଡିଆ, କ୍ରୀଡ଼ା, ସଂସ୍କୃତି, ସ୍ୱାସ୍ଥ୍ୟ, ସମାଜସେବା, ବ୍ୟବସାୟ ଓ ପ୍ରଯୁକ୍ତି ସହ ବିଭିନ୍ନ କ୍ଷେତ୍ରରୁ ବହୁ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି ।ସେଥିମଧ୍ୟରୁ ସମାଜସେବା କ୍ଷେତ୍ରରେ ଢେଙ୍କାନାଳର ଯୁବ ସମାଜସେବୀ ପାର୍ଥ ସାରଥୀ ମହାକୁଳ ସମ୍ବର୍ଦ୍ଧିତ ହୋଇଛନ୍ତି ।ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣାର ଆହତ ଯାତ୍ରୀମାନଙ୍କୁ କଟକ ବଡ଼ ମେଡିକାଲରେ ଦେଇଥିବା ତ୍ୱରିତ ସେବା କାର୍ଯ୍ୟ, ଫାଇଲିନ୍ ବାତ୍ୟା ସମୟରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ, ଅସହାୟ ଲୋକଙ୍କର ଶବଦାହ, ବୃକ୍ଷରୋପଣ ଓ ତଦାରଖ ଓ ଅନେକ ଜନହିତକର କାର୍ଯ୍ୟ କରି ଅନନ୍ୟ ଉଦାହରଣ ସୃଷ୍ଟି କରିଥିବାରୁ ଶ୍ରୀ ମହାକୁଳଙ୍କୁ ବ୍ରାଇଟ୍ ଓଡ଼ିଶା ଫାଉଣ୍ଡେସନ୍ ତରଫରୁ “ଓଡ଼ିଶା ଯୁବରତ୍ନ ସମ୍ମାନ–୨୦୨୬”ରେ ସମ୍ମାନିତ କରାଯାଇଛି।ତାଙ୍କର ଏହି କୃତିତ୍ୱ ପାଇଁ ଢେଙ୍କାନାଳ ସହରବାସୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।“ଓଡ଼ିଶା ଯୁବ ପ୍ରତିଭା , ନେତୃତ୍ୱ ଓ ସାମାଜିକ ଦାୟିତ୍ଵର ପ୍ରତୀକ ଭାବେ ଓଡିଶା ଯୁବରତ୍ନ ସମ୍ମାନ
–୨୦୨୬” ଆଗାମୀ ଦିନରେ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ହେବ ବୋଲି ଆୟୋଜକ ତଥା ବ୍ରାଇଟ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସଞ୍ଜୟ କୁମାର, ଆଡ଼ଭାଇଜର ରୋଜାଲିନ ପାଟ୍ଟଶାଣୀ, ସଞ୍ଜୟ ନାୟକ (ଟୁଟୁ), ସୁଜିତ ରାଉତ, ଅଧ୍ୟକ୍ଷ ଓଡ଼ିଶା ଯୁବରତ୍ନ ସମ୍ମାନ, ସନ୍ତୋଷ ପ୍ରଧାନ, ପ୍ରତିଷ୍ଠାତା ଓଡ଼ିଶା ଯୁବ ମହୋତ୍ସବ ପ୍ରମୁଖ ଆଶା ପ୍ରକାଶ କରିଛନ୍ତି।
ପାର୍ଥ ସାରଥୀ ମହାକୁଳ
ଢେଙ୍କାନାଳ
ମୋ- ୯୪୩୭୧୫୭୧୪୪

