ୱିଙ୍ଗସ୍ ଇଣ୍ଡିଆରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ପ୍ୟାଭିଲିୟନ

ଆଞ୍ଚଳିକ ଏୟାରଷ୍ଟ୍ରିପ୍‌ରୁ ବିଶ୍ୱସ୍ତରୀୟ ଗେଟ୍‌ୱେ ପର୍ଯ୍ୟନ୍ତ ଭାରତୀୟ ବିମାନ ଯାତ୍ରାର ସଫଳ ଗାଥା
ହାଇଦ୍ରାବାଦ, ୩୦.୦୧.୨୦୨୬: ହାଇଦ୍ରାବାଦଠାରେ ଆୟୋଜିତ ୱିଙ୍ଗ୍‌ସ ଇଣ୍ଡିଆ କାର୍ଯ୍ୟକ୍ରମରେ ସାଧାରଣ ଏୟାରଷ୍ଟ୍ରିପ୍ ରୁ ଆରମ୍ଭ କରି ବିଶ୍ୱସ୍ତରୀୟ ଗେଟ୍‌ୱେ ପର୍ଯ୍ୟନ୍ତ ବିମାନ ଯାତ୍ରା କ୍ଷେତ୍ରରେ ଭାରତ ଲାଭ କରିଥିବା ଅସାଧାରଣ ପରିବର୍ତ୍ତନ ପଛରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ଭୂମିକା ସମ୍ବନ୍ଧରେ ପ୍ୟାଭିଲିୟନ ଉଦ୍‌ଘାଟିତ ହୋଇଛି । ଏକ ଶକ୍ତିଶାଳୀ ସ୍ଥପତି ଭାବେ ଏଏଆଇ, ଭାରତର ବିମାନ ଇକୋସିଷ୍ଟମର ଡିଜାଇନ୍‌, ବିକାଶକାରୀ, ସକ୍ଷମକାରୀ ଏବଂ ସଂରକ୍ଷକ ଭାବେ ବିମାନ ଚଳାଚଳ ସଂସ୍ଥାକୁ ସୁଦୃଢ କରିଆସୁଅଛି । ଏହି ପ୍ୟାଭିଲିୟନରେ ଭିତ୍ତିଭୂମି ଉନ୍ନୟନ ସହିତ ସୁରକ୍ଷା, ସ୍ଥାୟିତ୍ୱ, ନବସୃଜନ ଏବଂ ଜାତୀୟ ଅଭିବୃଦ୍ଧିକୁ ଯୋଡ଼ି ଏକ ସୁଦୃଢ ଭବିଷ୍ୟତର ଦୃଷ୍ଟିକୋଣକୁ ଉପସ୍ଥାପନ କରାଯାଇଥିଲା । ପ୍ୟାଭିଲିୟନରେ ପରିଦର୍ଶକମାନଙ୍କୁ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏଏଆଇର ବହୁମୁଖୀ ଭୂମିକା ସମ୍ପର୍କରେ ଏକ ବଳିଷ୍ଠ ଅଭିଜ୍ଞତା ପ୍ରଦାନ କରାଯାଇଥିଲା । ନୂତନ ବିକଶିତ ବିମାନବନ୍ଦରଗୁଡ଼ିକ ବିଷୟରେ ତଥ୍ୟ ଆନାମୋର୍ଫିକ୍ ଇମର୍ସିଭ୍ ପ୍ରଦର୍ଶନ ଥିଲା ପ୍ୟାଭିଲିୟନର ମୁଖ୍ୟ ଆକର୍ଷଣ ଯେଉଁଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଭାରତର ବିବିଧ ସାଂସ୍କୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣିତ ରହିଛି । ଆନାମୋର୍ଫିକ୍ ଇମର୍ସିଭ୍ ପ୍ରଦର୍ଶନୀରେ ଏଏଆଇ ବିମାନବନ୍ଦର ସଂଯୋଗ କ୍ଷେତ୍ର, କଳା ସଂକଳନ କ୍ଷେତ୍ର, ଆର୍‌ସିଏସ୍‌-ଉଡାନ ସଂଯୋଗ ଆଦି କ୍ଷେତ୍ରରେ ଦେଶବ୍ୟାପୀ ବିମାନବନ୍ଦର ନେଟ୍‌ୱର୍କ, ଭାରତୀୟ କଳା-ସଂସ୍କୃତି ଏବଂ ଆଞ୍ଚଳିକ ସଂଯୋଗର ସଫଳତାର କାହାଣୀଗୁଡ଼ିକ ଦର୍ଶାଯାଇଥିଲା । ସାଂସ୍କୃତିକ ଏବଂ ଜାତୀୟ ଗୌରବକୁ ଅଧିକ ଗଭୀର କରିବା ପାଇଁ ପ୍ୟାଭିଲିୟନରେ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପାଳନ କରାଯାଇ ଏହାର ରଚୟିତା ଶ୍ରୀ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଭାରତୀୟ ବିମାନ ଚଳାଚଳର ନେତୃତ୍ୱ ଏବଂ ଦୃଷ୍ଟିକୋଣକୁ ତଥା ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇବା ପାଇଁ ଏକ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଥିଲା । ନବସୃଜନ, ଅନ୍ତର୍ଭୁକ୍ତିକରଣ, ସାଂସ୍କୃତିକ ଗୌରବ ମାଧ୍ୟମରେ ୱିଙ୍ଗସ୍ ଇଣ୍ଡିଆରେ ଏଏଆଇ ପ୍ୟାଭିଲିୟନ ଭାରତର ବିମାନ ଚଳାଚଳର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଆକର୍ଷକ ଭାବେ ବର୍ଣ୍ଣିତ କରାଯାଇଛି ।

Leave a Reply

Your email address will not be published. Required fields are marked *