ପ୍ରେସ୍ ବିଜ୍ଞପ୍ତି ୧୪୬

ଓପିଟିସିଏଲ ଗ୍ରୀଡରେ ରକ୍ଷଣାବେକ୍ଷଣ ସମୟରେ ବିକଳ୍ପ ବ୍ୟବସ୍ଥା ଦ୍ୱାରା ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଗଲା

 ବିକଳ୍ପ ବ୍ୟବସ୍ଥା ଦ୍ୱାରା ସମ୍ବଲପୁର ସହରର ୯୦ ପ୍ରତିଶତରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ
 ବୁର୍ଲା ଅଞ୍ଚଳର ୨୫ ହଜାରରୁ ଅଧିକ ଗ୍ରାହକ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ
 ଏହା ଦୃଢ଼ ଯୋଜନା ଏବଂ ସମନ୍ୱୟ କାର୍ଯ୍ୟକ୍ଷମ ଉତ୍କୃଷ୍ଟତାକୁ ପ୍ରତିଫଳିତ କରେ।

ବୁର୍ଲା, ୪ ଫେବୃଆରୀ ୨୦୨୬: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ ଦ୍ୱାୟିତ୍ୱରେ ଥିବା ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପଶ୍ଚିମ ଓଡ଼ିଶାର ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ପ୍ରତିବଦ୍ଧତାକୁ ପୁନଃ ପ୍ରତିଫଳିତ କରିପାରିଅଛି । ବିଗତ ଦିନରେ ସମ୍ବଲପୁର ଏବଂ କଟାପାଲି ସ୍ଥିତ ୧୩୨/୩୩ କେ.ଭି. ଗ୍ରୀଡ ସବଷ୍ଟେସନରେ ଓପିଟିସିଏଲ୍ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ଯୋଗୁଁ ଗ୍ରୀଡରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ୱେ ମଧ୍ୟ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ସଫଳ ରୂପାୟନ ଦ୍ୱାରା ବିଦ୍ୟୁତ୍ ସେବା ବ୍ୟାହତ ହେବାକୁ ଥିବା ଅଞ୍ଚଳମାନଙ୍କରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇ ପାରିଅଛି ।

ଗତ ଫେବୃଆରୀ 3 ତାରିଖ ଦିନ ଓପିଟିସିଏଲ୍ ପକ୍ଷରୁ ସମ୍ବଲପୁର ସହରର ପ୍ରମୁଖ ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ସମ୍ବଲପୁର ଗ୍ରୀଡ୍ ସବଷ୍ଟେସନରେ ଓପିଟିସିଏଲ୍ ପକ୍ଷରୁ ପୂର୍ବନିର୍ଦ୍ଧାରିତ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିଥିବା ଫଳରେ ଗ୍ରୀଡରୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥିଲା । ମାତ୍ର ଏହି ସମୟରେ ଟିପିଡବ୍ଲୁଓଡିଏଲ୍ ଦ୍ୱାରା ପୂର୍ବ ପରିକଳ୍ପିତ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ପ୍ରଭାବିତ ହେବାକୁ ଥିବା ପ୍ରାୟ ୮୦ରୁ ଅଧିକ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୭୧ ହଜାରରୁ ଅଧିକ ଗ୍ରାହକଙ୍କୁ (୯୦ ପ୍ରତିଶତ) ବିଦ୍ୟୁତ୍ ଯୋଗାଣ ଅବ୍ୟାହତ ରଖାଯାଇ ପାରିଥିଲା ।

ଏହି ସୁଚିନ୍ତିତ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଅଇଁଠାପାଲି, ବୁଢାରଜା, ଗ୍ରେଟର୍ ସମ୍ବଲପୁର, ଜିଏମ୍ କଲେଜ ଅଞ୍ଚଳ, ଗୁଜୁରାଟି କଲୋନି ଅଞ୍ଚଳ, ଏଲଆଇସି କଲୋନି ଅଞ୍ଚଳ, ଗ୍ରୀନ ପାର୍କ ଅଞ୍ଚଳ, ଲକ୍ଷ୍ମୀ ଟକିଜ୍ ଅଞ୍ଚଳ, ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ, ପୁଟିବନ୍ଧ, ଜେଲ ଚୌକ, ଚେରୁଆପଡ଼ା, ଶାସନ ଏବଂ ରେଙ୍ଗାଲି ଅଞ୍ଚଳ ସମେତ ପ୍ରମୁଖ ଆବାସିକ, ବାଣିଜ୍ୟିକ ଏବଂ ପ୍ରତିଷ୍ଠାନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ନିରବଚ୍ଛିନ୍ନ ରହିଥିଲା ।

ସେହିପରି, ଗତ ଫେବୃଆରୀ 4 ତାରିଖ ଦିନ କଟାପାଲି ସ୍ଥିତ ଗ୍ରୀଡ୍ ସବଷ୍ଟେସନରେ ଓପିଟିସିଏଲ୍ ପକ୍ଷରୁ ପୂର୍ବନିର୍ଦ୍ଧାରିତ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ସମୟରେ ଗ୍ରୀଡରୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥିଲା । ମାତ୍ର ଏହି ସମୟରେ ଟିପିଡବ୍ଲୁଓଡିଏଲ୍ ଦ୍ୱାରା ପୂର୍ବ ପରିକଳ୍ପିତ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ପ୍ରଭାବିତ ହେବାକୁ ଥିବା ୨୫ ହଜାରରୁ ଅଧିକ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯାଇ ପାରିଥିଲା । ବୁର୍ଲା ମେଡିକାଲ୍, ଭିସୁଟ୍, ଡକ୍ଟର୍ସ କୋଲନୀ, ପିଜି ଛକ, ସେଣ୍ଟ୍ରାଲ ସ୍କୁଲ, କଣ୍ଟ୍ରାକ୍ଟର କଲୋନି, ଜ୍ୟୋତିବିହାର, କଟାପାଲି, ଗୋଡଭଗା, ଚାଉଁରପୁର, ଅତାବିରା, ଏବଂ ଆଖପାଖ ଆବାସିକ ଅଞ୍ଚଳ ଭଳି ଅତ୍ୟାବଶ୍ୟକୀୟ ସ୍ଥାନଗୁଡ଼ିକରେ ବିନା କୌଣସି ବାଧାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯାଇ ପାରିଥିଲା ।

ଏହି ସଫଳତା ବିଷୟରେ ଖୁସି ବ୍ୟକ୍ତ କରି, ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରବୀଣ ବର୍ମା କହିଛନ୍ତି, “ଗୁରୁତ୍ୱପୂର୍ଣ୍ଣ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ସମୟରେ ମଧ୍ୟ ଆମର ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ । ପୂର୍ବ ଯୋଜନା, ଦୃଢ଼ ସମନ୍ୱୟ ଏବଂ ଦୃଢ଼ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ, ଆମର ଟିମ୍ ଗ୍ରାହକମାନଙ୍କ ଅସୁବିଧାକୁ ଯଥେଷ୍ଟ ପରିମାଣରେ ହ୍ରାସ କରିପାରିଛି। ଏହା ଟିପିଡବ୍ଲୁଓଡିଏଲର କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ଗ୍ରାହକ ସନ୍ତୁଷ୍ଟି ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”

ସୂଚନାଥାଉ କି, ଏହିପରି ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କେବଳ ସମ୍ୱଲପୁର ନୁହେଁ, ବରଂ ସମଗ୍ର ପଶ୍ଚିମ ଓଡ଼ିଶାର ଗ୍ରାହକଙ୍କ ପାଇଁ ଯୋଜନା କରାଯାଇଅଛି ଏବଂ ପର୍ଯ୍ୟାୟ କ୍ରମେ କାର୍ଯ୍ୟରେ ପରିଣତ କରାଯିବ ।

କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ
ଟିପିଡବ୍ଲୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା

Leave a Reply

Your email address will not be published. Required fields are marked *