ଭୁବନେଶ୍ୱର, (୨0.0୨. ୨0୨୬)ବିଭିନ୍ନ କାରଣରୁ ଏବେ ଭାରତ ବା ସମଗ୍ର ରାଜ୍ୟ ମାନଙ୍କରେ ସ୍ନାୟୁ ଜନିତ ରୋଗ କ୍ରମଶଃ ବଢ଼ିବାରେ ଲାଗିଛି। ଓଡିଶା ରେ ମଧ୍ୟ ଅନୁରୂପ ସ୍ଥିତ ରହିଛି। ଏଭଳି ରୋଗ ବଢ଼ୁଥିବାବେଳେ ସେହି ତୁଳନାରେ ସ୍ନାୟୁରୋଗ ବିଭାଗ ଡାକ୍ତରଙ୍କ ସଂଖ୍ୟା କିନ୍ତୁ କମିବାରେ ଲାଗିଛି। ନିର୍ଦ୍ଧିଷ୍ଟ କେତେକ କାରଣ ବା କଟକଣା ସ୍ନାୟୁରୋଗ ଡାକ୍ତର ସୃଷ୍ଟି କରିବାରେ ପ୍ରତିବଂଧକ ସାଜୁଛି।
ଭୁବନେଶ୍ୱର ରେ ନିୟୁରୋଲୋଜିକାଲ ସର୍ଜନ ସୋସାଇଟି ଅଫ ଇଣ୍ଡିଆ (ନାସିକନ )ର ତିନି ଦିନିଆ ସମ୍ମିଳନୀ ର ଉଦ୍ଘାଟନୀ ଉତ୍ସବ ରେ ସାମିଲ ହୋଇ ବହୁ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଏହି ମତ ଉପସ୍ଥାପନ କରିଛନ୍ତି। ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥିଭାବେ ଡାକ୍ତର ସୁକାନ୍ତ ମହାପାତ୍ର (ନିଷ୍ଟ କଲେଜ ମୁଖ୍ୟ )ଯୋଗଦେଇଥିବା ବେଳେ, ଅନ୍ୟତମ ଅତିଥିଭାବେ ଡାକ୍ତର ଥୋମାପ ହେଗେଡେ, ଡାକ୍ତର ଶକ୍ତିମୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ ସ୍ନାୟୁ ରୋଗ ବିଶେଷଜ୍ଞ ତଥା ଡାକ୍ତର ବ୍ରିଗେଡ଼ିଅର ପି. କେ. ସାହୁ ଏବଂ ଡାକ୍ତର ରିତେଶ ଭୋତ ଙ୍କ ତତ୍ୱାବଧାନରେ ହୋଇଥିବା ଏହି ସମ୍ମିଳନୀ ରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ପ୍ରାୟ ୩୫0 ସ୍ନାୟୁ ରୋଗ ବିଭାଗ ଡାକ୍ତର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ସ୍ନାୟୁରୋଗ ଡାକ୍ତରଙ୍କ ଅଭାବକୁ ନେଇ ଉଦବେଗ।ନାସିକନ ର ତିନି ଦିନିଆ ସମ୍ମିଳନୀ ଉଦଘାଟିତ।

