ଆଇଆଇଏମଟି ଭୁବନେଶ୍ୱରରେ ଜାତୀୟ ଯୁବ ଦିବସ ପାଳନ – ସ୍ୱଦେଶୀ ଓ ସ୍ୱାବଲମ୍ବନର ପ୍ରେରଣା

National Youth Day at IIMT Bhubaneswar

ଆଇଆଇଏମଟି ଭୁବନେଶ୍ୱରରେ ଜାତୀୟ ଯୁବ ଦିବସ
ଭୁବନେଶ୍ୱର : ଇଣ୍ଟରସାଇନ୍ସ ଇନଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି), ଭୁବନେଶ୍ୱର ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୬୪ତମ ଜନ୍ମଜୟନ୍ତୀ “ଜାତୀୟ ଯୁବ ଦିବସ” ଭାବରେ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ “ସ୍ୱଦେଶୀ ଓ ସ୍ୱାବଳମ୍ବନ” ବିଷୟରେ ଏକ ପ୍ରେରଣାଦାୟକ ବ୍ୟାଖ୍ୟାନର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି ଆଇଆଇଏମଟି ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଫେସର (ଡ଼.) ଶ୍ରୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀମତୀ ସୋମା ମିତ୍ର, ଏସୋସିଏଟ୍ ଡିନ୍ (ଆର୍ ଆଣ୍ଡ ପି), ଆଇଆଇଏମଟି ଭୁବନେଶ୍ୱର ସ୍ୱାଗତ ସମ୍ଭାଷଣ ଦେଇଥିଲେ, ଯେଉଁଠାରେ ସେ ଆଜିର ଯୁବ ପିଢ଼ି ପାଇଁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏହା ପରେ ପ୍ରଫେସର (ଡ଼.) ପ୍ରମୋଦ କୁମାର ପୃଷ୍ଟି, ଡିନ୍ ଏକାଡେମିକ୍ସ, ଆଇଆଇଏମଟି ଭୁବନେଶ୍ୱରଙ୍କ ପରିଚୟମୂଳକ ମନ୍ତବ୍ୟ ମାଧ୍ୟମରେ କାର୍ଯ୍ୟକ୍ରମର ପରିପ୍ରେକ୍ଷ୍ୟ ଉପସ୍ଥାପିତ ହୋଇଥିଲା।
ମୁଖ୍ୟ ବ୍ୟାଖ୍ୟାନ ପ୍ରଦାନ କରିଥିଲେ ପ୍ରଫେସର (ଡ଼.) କମଳା ପ୍ରସାଦ ମହାପାତ୍ର, ବରିଷ୍ଠ ଶିକ୍ଷାବିଦ୍, ପ୍ରଖ୍ୟାତ ବ୍ୟକ୍ତିତ୍ୱ, ପ୍ରଭାବଶାଳୀ ବକ୍ତା, ପ୍ରେରଣାଦାୟକ ଉପନ୍ୟାସକ ଓ ସୃଜନଶୀଳ ଲେଖକ, ଏବଂ ରେଭେନ୍ସା ଯୁନିଭର୍ସିଟି ଓ ଶ୍ରୀ ଶ୍ରୀ ଯୁନିଭର୍ସିଟି, କଟକର ପୂର୍ବତନ ଇଂରାଜୀ ପ୍ରଫେସର “ସ୍ୱଦେଶୀ ଓ ସ୍ୱାବଲମ୍ବନ” ବିଷୟରେ ତାଙ୍କ ମତାମତ ଉପସ୍ଥାପନ କରିଥିଲେ।ତାଙ୍କର ଗଭୀର ଓ ଅନୁପ୍ରେରଣାଦାୟକ ଭାଷଣରେ ସେ ଯୁବ ପିଢ଼ିକୁ ଦେଶୀୟ କ୍ଷମତାରେ ବିଶ୍ୱାସ ରଖିବା ସହ ସ୍ୱଦେଶୀ ପଣ୍ୟର ବ୍ୟବହାର ଓ ଉତ୍ପାଦନକୁ ସକ୍ରିୟ ଭାବେ ପ୍ରୋତ୍ସାହନ ଦେବାକୁ ଆହ୍ୱାନ କରିଥିଲେ। ତାଙ୍କ ଚିନ୍ତାପ୍ରବଣ ବ୍ୟାଖ୍ୟାନ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଗଭୀର ଭାବେ ପ୍ରେରିତ କରିଥିଲା।
ପ୍ରଫେସର (ଡ଼.) ଉମାରଞ୍ଜନ ଜେନା, କଣ୍ଟ୍ରୋଲର ଅଫ୍ ଏଗ୍ଜାମିନେସନ୍‌ସ, ଆଇଆଇଏମଟି ଭୁବନେଶ୍ୱର ପ୍ରଫେସର (ଡ଼.) କମଳା ପ୍ରସାଦ ମହାପାତ୍ରଙ୍କୁ ତାଙ୍କର ପ୍ରଭାବଶାଳୀ ଓ ଜ୍ଞାନବର୍ଦ୍ଧକ ବ୍ୟାଖ୍ୟାନ ପାଇଁ ସମ୍ମାନିତ କରିଥିଲେ। ଏହି ଅବସରରେ ଆଇଆଇଏମଟି ପକ୍ଷରୁ ଦୁଇଜଣ ଉପଲବ୍ଧଶୀଳ ଛାତ୍ର ଲମ୍ବୋଧର ଜେନା (ଏମ୍‌ସିଏ ଛାତ୍ର) ଓ କିରଣ ମହାନ୍ତି (ଏମ୍‌ବିଏ ଛାତ୍ର) ଙ୍କୁ ସେମାନଙ୍କର ଗବେଷଣା କାର୍ଯ୍ୟ ମାଧ୍ୟମରେ ସମାଜ ପ୍ରତି ଅବଦାନ ପାଇଁ ସମ୍ମାନିତ କରାଯାଇ, ଯୁବ-ନେତୃତ୍ୱ ଭିତ୍ତିକ ସାମାଜିକ ଦାୟିତ୍ୱ ଓ ନବୋନ୍ମେଷକୁ ପ୍ରୋତ୍ସାହନ ଦିଆଯାଇଥିଲା। କାର୍ଯ୍ୟକ୍ରମର ସମାପନୀ ମନ୍ତବ୍ୟ ଡ଼. ଜୟଦେବ କର, ଡାଇରେକ୍ଟର, ଆଇଆଇଏମଟି ଭୁବନେଶ୍ୱର ପ୍ରଦାନ କରି ଜାତି ଗଠନରେ ସ୍ୱାବଲମ୍ବନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହା ପରେ ପ୍ରଫେସର (ଡ଼.) କବିରାଜ ସେଠୀ, ପ୍ରିନ୍ସିପାଲ୍, ଆଇଆଇଏମଟି ଭୁବନେଶ୍ୱରଙ୍କ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ଉପସଂହାର ହୋଇଥିଲା।

Leave a Reply

Your email address will not be published. Required fields are marked *