ମାତାରୁ ନିର୍ମାତାର ଯାତ୍ରାକୁ ସୁରକ୍ଷିତ କରିବା ଆମର ଦାୟିତ୍ୱ

ଭୁବନେଶ୍ୱର, ୨୪ ମାର୍ଚ୍ଚ: ମାତୃ,ଶିଶୁ ସ୍ୱାସ୍ଥ୍ୟ, ପୋଷଣ ସେବାର ଉନ୍ନତି ଉଦ୍ୟେଶରେ ସ୍ବେଛାସେବୀ ସଂଗଠନ ବାଲ ରକ୍ଷା ଭାରତ, ଓଡିଶା ଦ୍ୱାରା ୧୦୦୦ ଦିନର ଗୁରୁତ୍ୱ ସମ୍ପର୍କିତ କର୍ମଶାଳା ” ଭୁବନେଶ୍ୱରର ହୋଟେଲ ସୂର୍ଯ୍ୟାଂଶରେ ଅନୁଷ୍ଠିତ ହୋଇ ଯାଇଛି ।

କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ର ନିର୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ଓ ଶିଶୁ ଅଧିକାର ବିଶେଷଜ୍ଞମାନେ ଯୋଗଦେଇ ୧୦୦୦ ଦିନର ଯତ୍ନକୁ ସୁଦୃଢ କରିବା ଉପରେ ମତ ରଖିଥିଲେ।

କନ୍ଧମାଳର ଫିରିଙ୍ଗିଆରୁ ଆସିଥିବା ସ୍ୱାସ୍ଥ୍ୟ କର୍ମୀ ଓ ଅଧିକାରୀମାନେ ନିଜର ଅନୁଭବ ଓ ସଫଳତା କାହାଣୀକୁ ସମସ୍ତଙ୍କ ପାଖରେ ଉପସ୍ଥାପନା କରିଥିଲେ।
ପରେ ହୋଇଥିବା ପ୍ୟାନେଲ୍ ଆଲୋଚନାରେ ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରର ବିଶେଷଜ୍ଞମାନେ ଯୋଗଦେଇ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାକୁ ଶକ୍ତିଶାଳୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।

ଶେଷରେ ବାଲ ରକ୍ଷା ଭାରତ ରାଜ୍ୟ ମୁଖ୍ୟ ଡ଼ଃ ଅଭିଜିତ ଭଦ୍ର ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ।

Leave a Reply

Your email address will not be published. Required fields are marked *