ଭୁବନେଶ୍ୱର :
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବର୍ତମାନ ର ରାଜ୍ୟ ସଭା ଚତୁର୍ଥ ସିଟ ପାଇଁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାଥୀ ଦିଲ୍ଲୀପ ରାୟ ପ୍ରାଥୀ ପତ୍ର ଦାଖଲ କରିଛନ୍ତି l ସେପଟେ ବିଜେଡି ଓ କଂଗ୍ରେସ ସମର୍ଥନ ରେ ସେହି ଚତୁର୍ଥ ଆସନ ପାଇଁ ଡ଼ଃ ଦତ୍ତେଶ୍ୱର ହୋତା ପ୍ରାଥୀ ପତ୍ର ଦାଖଲ କରିଛନ୍ତି l
ଏହି ଦୁଇ ପ୍ରାଥୀ ଙ୍କୁ ଦେଖିଲା ବେଳେ କଳ,ବଳ ଓ କୌଶଳ କୁ ଆଧାର କଲେ ମୋଷ୍ଟ ପାୱାରଫୁଲ ହେଉଛନ୍ତି ଦିଲ୍ଲୀପ ରାୟ। ଡ଼ଃ ହୋତା ଜଣେ ନାମୀ ଦାମୀ ଡାକ୍ତର l ପେସା ପଇସା ନେଇ ରୋଗୀ ସେବା l ଭଲ ନାମ ମଧ୍ଯ ଅଛି l ସାଧାରଣ ଭୋଟର ଙ୍କ ଭୋଟ ହୋଇଥିଲେ କିଏ ଜିତିଥାନ୍ତା ଅଲଗା କଥା ଏଠି ଆମେ ଶାସନ ପାଇଁ ପଠେଇ ଥିବା ବିଧାୟକ ଭୋଟ ଦେବେ। ସେ ଭୋଟ ଦେଖିଲା ବେଳେ ଡ଼ଃ ହୋତା ଚତୁର୍ଥ ପ୍ରାଥୀ ଭାବେ ନିର୍ଦ୍ୱନ୍ଦ୍ୱ ରେ ଜିତୁ ଛନ୍ତି।
ଏସବୁ ଜାଣି ବୁଝି ତଥାପି ଦିଲ୍ଲୀପ ରାୟ ପ୍ରାଥୀହୋଇଛନ୍ତି l
ବ୍ୟବସାୟୀ ରୁ ରାଜନେତା ହୋଇଥିବା ଦିଲ୍ଲୀପ ଅତୀତ ରେ ଵି ଘୋଡା ବ୍ୟବସାୟ କରି ସଫଳ ହୋଇଥିଲେ ଏଣୁ ବିଜୟ ବାଟ ଟି ବେଶ ଜଣା ଏଣୁ ସାହସ ବାନ୍ଧିବା ସାଧାରଣ କଥା। ରାଜ୍ୟସଭା ଅଙ୍କ ଅନୁସାରେ
ବିଜେପିର ସଂଖ୍ୟା ୭୯ । ତିନି ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ବିଜେପିର ଭୋଟ ସଂଖ୍ୟା ହେଉଛି ୮୨ । ଗୋଟିଏ ଆସନ ଜିତିବା ପାଇଁ ଦରକାର ୩୦ ଭୋଟ । ଦୁଇଟି ଆସନରେ ପଳେଇବ ୬୦ ଭୋଟ । ବଳକା ରହିବ ୨୨ ଭୋଟ । ତେଣୁ ଚତୁର୍ଥ ଆସନରେ ଜିତିବା ପାଇଁ ବିଜେପିକୁ ଦରକାର ଆଉ ୮ ଭୋଟ୍ । ଅତଏବ, ଚତୁର୍ଥ ଆସନ ଜିତିବା ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ ଭୋଟ ନାହିଁ ।
ଅନ୍ୟପକ୍ଷରେ, ଦୁଇ ନିଲମ୍ବିତଙ୍କୁ ଛାଡ଼ିଲେ ବିଜେଡିର ସଂଖ୍ୟା ୪୮ । ୩୦ ଭୋଟ ସହ ତୃତୀୟ ଆସନ ଗଲା ପରେ ବଳକା ରହିବ ୧୮ ଭୋଟ । ଚତୁର୍ଥ ଆସନ ଜିତିବା ପାଇଁ ଆଉ ଦରକାର ୧୨ ଭୋଟ ।
ସେହିଭଳି କଂଗ୍ରେସର ସଂଖ୍ୟା ୧୪ । ଗୋଟି ବି ଆସନ ଜିତିବାର ଶକ୍ତି ନ ଥିଲେ ମଧ୍ୟ ଚତୁର୍ଥ ଆସନ ପାଇଁ ନିର୍ଣ୍ଣାୟକ ହେବ । ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା କଂଗ୍ରେସ ସମର୍ଥନରେ ଅଛନ୍ତି ।
ଏବେକାର ସ୍ଥିତି ହେଉଛି- ପ୍ରଥମ ତିନିଟି ଯାକ ଆସନ ପାଇଁ କୌଣସି ଦ୍ୱନ୍ଦ ନାହିଁ । ଦୁଇଟି ବିଜେପି ଏବଂ ଗୋଟିଏ ବିଜେଡିର । ମାତ୍ର ଚତୁର୍ଥ ଆସନ କିଏ ଜିତିବେ ତାକୁ ନେଇ ଚାଲିଛି ଆଲୋଚନା, ପର୍ଯ୍ୟାଲୋଚନା । ଦିଲ୍ଲୀପ ରାୟ କହିଛନ୍ତି ଯେ ଜିତିବା ପାଇଁ ନିଶ୍ଚିତ ହେବା ପରେ ଯାଇ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ମାନେ, ତାଙ୍କୁ ଆବଶ୍ୟକ ଭୋଟ ମିଳିବ ବୋଲି ବିଶ୍ୱାସ ଓ ପ୍ରତିଶ୍ରୁତି ପାଇଛନ୍ତି ।
ସଂଖ୍ୟା ନ ଥାଇ ଜଣେ ଜିତିବେ ବୋଲି ଦାବି କରିବା ଅର୍ଥ ଘୋଡା ବ୍ୟବସାୟ ହେବ ।
ମାନେ କିଣିବା ପଡିବ। କିଣିବା ପାଇଁ ଦିଲ୍ଲୀପ ଙ୍କ ସମସ୍ୟା ନାହିଁ।
ବିଜେଡିରୁ ନିଲମ୍ବିତ ସନା ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କ
ଭୋଟମିଳିଲେ ଆଉ ଦରକାର ୬ ଭୋଟ୍ ।
ଘୋଡ଼ା ବେପାର ବା କିଣାବିକା ହେବ । ଦିଲ୍ଲୀପ ରାୟ ଜିତିବାକୁ ହେଲେ ଘୋଡା କୁ ଦାନା ଦେଇ ନିଜ ଶାଳରେ ରଖିବା ନିଶ୍ଚିତ । ବିଜେପି ବିଜୟ ସୁନିଶ୍ଚିତ କରୁଥିବାରୁ ଦାନା ଦେବା କାମ ବୋଧେ ଆରମ୍ଭ ହୋଇ ସାରିଛି ।
ତାହାହେଲେ, କେଉଁମାନେ ଘୋଡା ଦାନା ଖାଇବେ ? ଗୋଟେ ଘୋଡା କେତେ ଦାନା ଖାଇବ? ବିନା ଷ୍ଟାଣ୍ଡର୍ଡ ଦାନା ନମିଳିଲେ ଘୋଡା କାହିଁକି ଅନ୍ୟ ଶାଳ ରେ ମୁହଁ ମାରିବ।
ମୂଳ କଥା କ୍ରସଭୋଟିଂ ବା ଘୋଡ଼ା ବେପାର ନହେଲେ ବିଜେଡି ଏବଂ କଂଗ୍ରେସର ସାଧାରଣ ପ୍ରାର୍ଥୀ ପ୍ରଫେସର ଦତ୍ତେଶ୍ୱର ହୋତାଙ୍କର ବିଜୟ ସୁନିଶ୍ଚିତ । ତାଙ୍କ ସପକ୍ଷରେ ଅଛି ୧୮+୧୪+୧ ଭୋଟ । ଫଳାଫଳ ନେଇ ଉଭୟ ନବୀନ ପଟ୍ଟନାୟକ ଏବଂ ଭକ୍ତ ଚରଣ ଦାସ ବି ଆଶାବାଦୀ । ସମୟ ହିଁ କହିବକିଏଯିବେ ରାଜ୍ୟସଭା, ବ୍ୟବସାୟୀ ନା ଡାକ୍ତର ?

